Odia

Odia2020-12-17T12:26:52+05:30

ପସନ୍ଦ ଓ ଆସ୍ଥା ଭିତିକ ପାଠ୍ୟ ଖସଡା

  • ଲକ୍ଷ୍ୟ : ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଚିନ୍ତା ଓ ଚେତନା ଶକ୍ତିର ପୂର୍ଣ୍ଣ ବିକାଶ ଘଟାଇବା ଏବଂ ସେମାନଙ୍କୁ ଜୀବନ ଓ କର୍ମ ସଂସ୍ଥାନ କ୍ଷେତ୍ରର ପୂର୍ଣ୍ଣ ସାମର୍ଥ୍ୟର ସହିତ ପ୍ରସ୍ତୁତି କରାଇବା ।
  • ଉଦ୍ଦେଶ୍ୟ : ଛାତ୍ରଛାତ୍ରୀ ମାନଙ୍କଠାରେ ମାନବିକ ମୂଲ୍ୟବୋଧର ଉଦ୍ରେକ କରି ସାମାଜିକ କଲ୍ୟାଣ କ୍ଷେତ୍ରରେ ପ୍ରେରଣା ଯୋଗାଇବା ଏବଂ ସେମାନଙ୍କ ବ୍ୟକ୍ତିତ୍ବର ବିକାଶ ସାଧନ ଘଟାଇବା ସଙ୍ଗେ ସଙ୍ଗେ ଆତ୍ମନିର୍ଭରଶୀଳ କ୍ଷେତ୍ରରେ ସାହାର୍ଯ୍ୟ କରିବା ।

ପ୍ରଧାନ ପାଠ୍ୟାଂଶ-୧

[ଓଡିଆ ସାହିତ୍ୟର ଇତିହାସ]

  • ଲକ୍ଷ୍ୟ : ଛାତ୍ରଛାତ୍ରୀ ମାନଙ୍କ ଭାଷାଭିତ୍ତିକ ଦକ୍ଷତାର ଅଭିବୃଦ୍ଧି କରିବା ତଥା ଓଡିଆ ଭାଷା ଓ ସାହିତ୍ୟ ସହିତ ପରିଚିତ କରାଇବା ।
  • ଉଦ୍ଦେଶ୍ୟ : ଓଡିଆ ଭାଷାର ବିକାଶ ଦିଗରେ ସଚେତନ କରାଇବା ଏବଂ ବିଶ୍ଵସ୍ତରରେ ଓଡିଆ ଭାଷା ସାହିତ୍ୟର ପ୍ରଚାର କରିବା।ପ୍ରାଚୀନ,ମଧ୍ୟଯୁଗୀୟ ଗଦ୍ୟ ଓ ପଦ୍ୟ ସାହିତ୍ୟ ସହିତ ଛାତ୍ରଛାତ୍ରୀ ମାନଙ୍କୁ ପରିଚିତ କରାଇବା ଏବଂ ତତ୍ ସମ୍ପର୍କିତ ଭାଷାଜ୍ଞାନର ଅଭିବୃଦ୍ଧି ଘଟାଇବା ।
  • ଶିକ୍ଷଣ ଫଳାଫଳ : ଛାତ୍ରଛାତ୍ରୀମାନେ ଓଡିଆ ଭାଷାର ଇତିହାସ ଆଲୋଚନାରୁ ସଫଳତା ପୂର୍ବକ ପୁଙ୍ଖାନୁପୁଙ୍ଖ ଜ୍ଞାନ ଆରୋହଣ କରିବା ଏବଂ ସେହି ଭାଷାକୁ ଆଧାର କରି ନୂତନ ସାହିତ୍ୟ ସୃଜନ କରିବାରେ ସକ୍ଷମ ହୋଇପାରିଛନ୍ତି ।

ପ୍ରଧାନ ପାଠ୍ୟାଂଶ -୨

[ଓଡିଆ ସାହିତ୍ୟର ଇତିହାସ]

  • ଲକ୍ଷ୍ୟ : ଛାତ୍ରଛାତ୍ରୀ ମାନଙ୍କଠାରେ ଓଡିଆ ଭାଷା ସମ୍ପର୍କିତ ଗଭୀର ଜ୍ଞାନ ସୃଷ୍ଟି କରିବା। ଓଡିଆ ଭାଷା ସହିତ ସୁପରିଚିତ କରାଇବାସହ ସେମାନଙ୍କଠାରେ ଭାଷାଭିତ୍ତିକ ଦକ୍ଷତାର ପୂର୍ଣ୍ଣ ମାତ୍ରାରେ ବିକାଶ ଲାଭ କରାଇବା।
  • ଉଦ୍ଦେଶ୍ୟ : ବ୍ୟାକରଣ ବ୍ୟତୀତ ଗୋଟିଏ ଭାଷାର ଶୁଦ୍ଧ ଓ ମାର୍ଜିତ ରୂପ ପରିକଳ୍ପନା ଅସମ୍ଭବ । ଏହାକୁ ଦୃଷ୍ଟି ଆଗରେ ରଖି ଛାତ୍ରଛାତ୍ରୀ ମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟବହୃତ ଭାଷାକୁ ସଂଶୋଧନ କରିବା ପାଇଁ ବିଶେଷ୍ୟ,ବିଶେଷଣ,ସର୍ବନାମ,ଅବ୍ୟୟ,କ୍ରିୟା ଆଦି ବ୍ୟାକରଣ ତତ୍ତ୍ଵ ସମ୍ପର୍କିତ ଜ୍ଞାନ ସୃଷ୍ଟି କରିବା ।
  • ଶିକ୍ଷଣ ଫଳାଫଳ : ଆଲୋଚନା ପର୍ଯ୍ୟ।ଲୋଚନାରୁ ଅବଗତ ହୋଇଅଛୁ ଯେ,ଉପର ଲିଖିତ ଆଲୋଚିତ ବ୍ୟାକରଣ ତତ୍ତ୍ଵକୁ ଛାତ୍ରଛାତ୍ରୀମାନେ ପୂର୍ଣ୍ଣ ମାତ୍ରାରେ ଜ୍ଞାନ ଆରୋହଣ କରିବା ସହ ବ୍ୟବହାରିକ ଦିଗ କ୍ଷେତ୍ରରେ ତା’ର ସଫଳ ପ୍ରୟୋଗ କରିବାରେ ସକ୍ଷମ ହୋଇ ପାରିଛନ୍ତି ।

ପ୍ରଧାନ ପାଠ୍ୟାଂଶ -୪

[ଓଡିଶାର ସାଂସ୍କୃତିକ ଅନୁଶୀଳନ]

  • ଲକ୍ଷ୍ୟ : : ଓଡିଶାର କଳା,ସାହିତ୍ୟ,ଅଭିନୟ,ଭାସ୍କର୍ଯ୍ୟ,ଚାଲିଚଳଣି,ସାମାଜିକ ଜୀବନ,ଓଷାବ୍ରତ ଏପରିକି ଝୋଟି ମୁରୁଜ- ପ୍ରତ୍ୟେକରେ ସଂସ୍କୃତିର ଏକ ଗୋପନୀୟ ବିଜ୍ଞପ୍ତି ଆତ୍ମଗୋପନ କରିଛି । ତାକୁ ଉନ୍ମୋଚିତ କରି ଓଡିଆ ସଂସ୍କୃତିର ମହନୀୟତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ହେଉଛି ଏହି ପାଠ୍ୟାଂଶର ଲକ୍ଷ୍ୟ।
  • ଉଦ୍ଦେଶ୍ୟ :ଓଡିଶାର ସାଂସ୍କୃତିକ ପୃଷ୍ଠଭୂମି ସମ୍ପର୍କରେ ପାଠକକୁ ଅବହିତ କରିବା । ଓଡିଶାର ପର୍ବପର୍ବାଣି,ଓଷ।ବ୍ରତ ବିଭିନ୍ନ ପ୍ରସିଦ୍ଧି ଦୈବୀପୀଠର ମାହାତ୍ମ୍ୟ ଏବଂ କଳା ଚାତୁର୍ଯ୍ୟର ସାଂସ୍କୃତିକ ନିଦର୍ଶନ ପ୍ରଦାନ କରିବା ।
  • ଶିକ୍ଷଣ ଫଳାଫଳ : ଓଡିଶାର ସାଂସ୍କୃତିକ ଅନୁଶୀଳନ ଆଲୋଚନା ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଂସ୍କୃତି ପ୍ରତି ଅଭିରୁଚି ଏବଂ ତାହାକୁ ବିଶ୍ଵଦରବାରରେ ପହଞ୍ଚାଇବାର ଦୃଢ ଆତ୍ମବଳ ସୃଷ୍ଟି ହୋଇ ପାରିଛି ।

ପ୍ରଧାନ ପାଠ୍ୟାଂଶ -୫

[ଓଡ଼ିଆ ଲୋକ ସାହିତ୍ୟ]

  • ଲକ୍ଷ୍ୟ : ମାନବ ଜୀବନ ଜିଜ୍ଞାସା ଓ ମନୀଷାର ରସାଳ ଅଭିବ୍ୟକ୍ତି ହେଉଛି ଲୋକ ସାହିତ୍ୟ । ଏହି ସାହିତ୍ୟ ସମୂଦ୍ରପରି ଅଥଳ ଏବଂ ସାଗର ପରି ଅପରିସୀମ । ଏଥିରେ ସାଧାରଣ ଜନତାର ସୁଖ,ଦୁଃଖ,ହସ କାନ୍ଦର ପ୍ରତିବିମ୍ବିତ ହୋଇଅଛି । ତେଣୁ ଛାତ୍ରଛାତ୍ରୀ ମାନଙ୍କୁ ଏହି ସାହିତ୍ୟର ନିହିତ ଜୀବନଚର୍ଯ୍ୟା ଉପଲବ୍ଧି କରାଇବା ମୁଖ୍ୟ ଲକ୍ଷ୍ୟ ଅଟେ ।
  • ଉଦ୍ଦେଶ୍ୟ : ସମୟରେ ଘୂର୍ଣ୍ଣନ ଚକ୍ରରେ ତଥା ସମୟର ପରିବର୍ତ୍ତନରେ ସହ ପରିବର୍ତ୍ତିତ ରୂପ ଧାରଣ କରିଛି ସାହିତ୍ୟ । ଏହି ସାହିତ୍ୟ କେଁଉ ଅନାଦି କାଳରୁ ଲୋକ ମାନଙ୍କୁ ମୁଖରୁ ପ୍ରସାରିତ ହୋଇ ତା’ର କଳେବରକୁ ବୃଦ୍ଧି କରିଅଛି । ସେହି ସମୟରେ ସୃଷ୍ଟି ହୋଇଥିବା କଳା ସାହିତ୍ୟ ଓ ସଂସ୍କୃତିକୁ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଂସାଧିତ କରି ତାହାର କିପରି ବିଶ୍ଵ ଦରବାରରେ ନିଜର ପରିଚୟ ସୃଷ୍ଟି କରିପାରିବ ତାହା ହିଁ ଉକ୍ତ ପାଠ୍ୟାଂଶ ଉଦ୍ଦେଶ୍ୟ ।
  • ଶିକ୍ଷଣ ଫଳାଫଳ : ଛାତ୍ରଛାତ୍ରୀମାନେ ଲୋକ ସାହିତ୍ୟର ଅଧ୍ୟୟନ ପୂର୍ଣ୍ଣ ଆଗ୍ରହ ସହକାରେ ସମ୍ପାଦନ କରିବା ସହ ଏହାକୁ ସୀମିତ ପରିସୀମା ମଧ୍ୟରେ ଆବଦ୍ଧ ନ ରଖି ବିଶ୍ୱବ୍ୟାପି କରାଇବାକୁ ଯତ୍.ପର ନାସ୍ତି ଉଦ୍ୟମ କରି ଆସୁଛନ୍ତି।

ପ୍ରଧାନ ପାଠ୍ୟାଂଶ -୬

[ଓଡ଼ିଆ ସାହିତ୍ୟର ଇତିହାସ- ପ୍ରାଚୀନରୁ ମଧ୍ୟ]

  • ଲକ୍ଷ୍ୟ : ଓଡିଆ ସାହିତ୍ୟର ଇତିହାସ ପ୍ରାଚୀନରୁ ମଧ୍ୟଯୁଗ ପର୍ଯ୍ୟନ୍ତ ଏକ ଉନ୍ନତ ସାଂସ୍କୃତିକ ପରମ୍ପରା ସହିତ ଊତପ୍ରୋତ ଭାବେ ଜଡିତ । ତତକାଳୀନ ସାମାଜିକ,ସାଂସ୍କୃତିକ,ଅର୍ଥନୈତିକ ଓ ସାହିତ୍ୟ ଦିଗପ୍ରତି ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ଏହି ପାଠ୍ୟାଂଶର ମୂଳଲକ୍ଷ୍ୟ ଅଟେ ।
  • ଉଦ୍ଦେଶ୍ୟ : ସାରଳା ସାହିତ୍ୟ ଠାରୁ ଆରମ୍ଭ କରି ପଞ୍ଚସଖା ତଥା ରୀତି ଯୁଗୀୟ କବିମାନଙ୍କ କାବ୍ୟ କବିତାରେ ନିହିତ କାବ୍ୟିକ ଉପାଦାନ ଓ ଶୈଳୀ ବିଶେଷକୁ ଛାତ୍ରଛାତ୍ରୀ ମାନଙ୍କୁ ଅନୁପ୍ରାଣିତ କରାଇବା।
  • ଶିକ୍ଷଣ ଫଳାଫଳ :ଚମ୍ପୁ ,ଚଉପଦୀ ,ଚଉତିଶା ଆଦି ପ୍ରାଚୀନ ପଦ୍ୟର ପଠନ ଏବଂ ସାଙ୍ଗୀତିକତା, ଶୃଙ୍ଗାରିକତା ଆଦି କାବ୍ୟିକ ଉପାଦାନ ଅନୁସରଣରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନୂତନ ସାହିତ୍ୟ ସୃଷ୍ଟି ହୋଇପାରିଅଛି ।

ପ୍ରଧାନ ପାଠ୍ୟାଂଶ -୭

[ଓଡ଼ିଆ ସାହିତ୍ୟର ଇତିହାସ- ଆଧୁନିକ]

  • ଲକ୍ଷ୍ୟ : ଲୋକମାନଙ୍କ ରୁଚିର ପରିବର୍ତ୍ତନ ଘଟାଇ ପ୍ରାଚୀନ ସାହିତ୍ୟର ଗତାନୁଗତିକ ଧାରାକୁ ପ୍ରତିହତ କରି ଯେଉଁ ସାହିତ୍ୟ ସୃଷ୍ଟି ଘଟିଥିଲା ତାହା ଥିଲା ଆଧୁନିକ ସାହିତ୍ୟ। ଏହି ସାହିତ୍ୟର ପରିସର ଏବଂ ପୃଷ୍ଟ ଭୂମି ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜ୍ଞାନର ଉଦବୋଧନ ଘଟାଇବା ଏହି ପାଠ୍ୟାଂଶର ମୂଳ ଲକ୍ଷ୍ୟ ଅଟେ।
  • ଉଦ୍ଦେଶ୍ୟ : ରାଧାନାଥ ସାହିତ୍ୟକୁ ଆରମ୍ଭକରି ସତ୍ୟବାଦୀ ଓ ପ୍ରଗତିବାଦୀ ସାହିତ୍ୟ ମଧ୍ୟରେ ନିହିତ ଜାତୀୟତା ,ଆଧ୍ୟାତ୍ମିକତା ଏବଂ ମାନବିକତାର ଉପଲବ୍ଧି ହିଁ ଏହି ସାହିତ୍ୟର ଉଦ୍ଦେଶ୍ୟ ।

ପ୍ରଧାନ ପାଠ୍ୟାଂଶ -୮

[ସାହିତ୍ୟର ଗଠନ ରୀତି]

  • ଲକ୍ଷ୍ୟ : ସମାଜର ମୁଖ ଦର୍ପଣ ହେଉଛି ସାହିତ୍ୟ । ସାହିତ୍ୟ ମଧ୍ୟଦେଇ ସମାଜର ପ୍ରତ୍ୟେକଟି ବିଷୟ ପ୍ରତିବିମ୍ବିତ ହୋଇଥାଏ । ସେ ଗଳ୍ପ,ଉପନ୍ୟାସ, ନାଟକ ହେଉ ଆଥବା କାବ୍ୟକବିତା । ଏକ ସ୍ଵତନ୍ତ୍ର ଶୈଳୀର ଅନୁସରଣ ସୃଷ୍ଟି ହୋଇଥାଏ । ଉକ୍ତ ଶୈଳୀକୁ ଆଧାରକରି ନୂତନ ସାହିତ୍ୟିକ ସୃଜନ କରିବା ହେଇଛି ଏହି ପାଠ୍ୟାଂଶର ମୁଖ୍ୟ ଲକ୍ଷ୍ୟ ।
  • ଉଦ୍ଦେଶ୍ୟ : ଛାତ୍ରଛାତ୍ରୀ ମାନଙ୍କୁ ଏହି ପାଠ୍ୟାଂଶ ନିଖୁଣ ଭାବରେ ଉପସ୍ଥାପନ କରାଇ ସେମାନଙ୍କ ଅନ୍ତର୍ନିହିତ କଳାତ୍ମକ ସୃଜନୀ ଶକ୍ତିର ବିକାଶ ଘଟାଇବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ ।
  • ଶିକ୍ଷଣ ଫଳାଫଳ : ଉକ୍ତ ପାଠ୍ୟାଂଶକୁ ପଠନ କରିବା ପରେ ଛାତ୍ରଛାତ୍ରୀ ମାନଙ୍କ ଠାରେ ଏକ ଅପରିସୀମ ସୃଜନ ଶକ୍ତିର ଉଦଗୀରଣର ଆଭାସ ପ୍ରାପ୍ତ ହୋଇଛି । ସହିତ୍ୟାନୂଯାୟୀ ବିବିଧ ଶୈଳୀର ଅବଲମ୍ବନରେ ବହୁ ଛାତ୍ରଛାତ୍ରୀ ନୂତନ ସାହିତ୍ୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଛନ୍ତି ।

ପ୍ରଧାନ ପାଠ୍ୟାଂଶ -୯

[ସାହିତ୍ୟ ତତ୍ତ୍ଵ : ପ୍ରାଚ୍ୟ ଓ ପାଶ୍ଚ୍ୟାତ୍ୟ]

  • ଲକ୍ଷ୍ୟ : “ଲବଣ ବୀନା ବ୍ୟଞ୍ଜନ ନ ରୁଚ୍ୟତେ”। ଅର୍ଥାତ ଲୁଣ ବିନା ବ୍ୟଞ୍ଜନ(ତରକାରୀ)ଯେପରି ରୁଚିକରବୋଧ ହୋଇ ନ ଥାଏ, ସେହିପରି ଅଳଙ୍କାର ବିନା ସାହିତ୍ୟ ରସ ବୋଧ ହେବା ସମ୍ଭବ ହୋଇ ନ ଥାଏ । ଏହି ଉପାଦାନ ପ୍ରାଚ୍ୟ ଓ ପାଶ୍ଚ୍ୟାତ୍ୟ ସାହିତ୍ୟରେ ପୂର୍ଣ୍ଣ ମାତ୍ରାରେ ରହିଥିବାର ଦେଖିବାକୁ ମିଳେ । ଅତଃ ,ସେହି ସାହିତ୍ୟ ତତ୍ତ୍ଵକୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅବବୋଧ କରାଇବା ହେଉଛି ଏହି ପ୍ରଧାନ ପାଠ୍ୟାଂଶର ଅଭିପ୍ରାୟ ।
  • ଉଦ୍ଦେଶ୍ୟ : ସାହିତ୍ୟର ଗଠନରୀତି ସମ୍ପର୍କିତ ଜ୍ଞାନ ଆରୋହଣ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସୃଷ୍ଟି ହେଉଥିବା ନୂତନ ସାହିତ୍ୟ ସର୍ଜନ କ୍ଷେତ୍ରରେ ରସ ,ଅଳଙ୍କାର,,ଧ୍ୱନି,ବକ୍ରୋକ୍ତି ଆଦି ଆଳଙ୍କାରିକ ଉପାଦାନର ସଫଳ ପ୍ରୟୋଗ ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏତଦବ୍ୟତୀତ ସାହିତ୍ୟକୁ ସାର୍ବଜନୀନ କରାଇବା ମଧ୍ୟ ଏକ ମୁଖ୍ୟ ଉଦ୍ଦେଶ୍ୟ ।
  • ଶିକ୍ଷଣ ଫଳାଫଳ : ଛାତ୍ରଛାତ୍ରୀମାନେ ପ୍ରାଚ୍ୟ ସାହିତ୍ୟ ତତ୍ତ୍ଵ ସହ ପାଶ୍ଚ୍ୟାତ୍ୟ ସାହିତ୍ୟ ତତ୍ତ୍ଵ (କ୍ଲାସିକ ବାଦ,ରୋମାଣ୍ଟିକବାଦ ,ପ୍ରତୀକ ଓ ଚିତ୍ରକଳ୍ପବାଦ) ଆଦିକୁ ମନ ଯୋଗ ସହକାରେ ପଠନ ପୂର୍ବକ ତା’ର ସ୍ଵକୀୟ ସୃଷ୍ଟିରେ ଏ ସବୁର ସଫଳ ପ୍ରୟୋଗ କରିଥିବାର ଦେଖିବାକୁ ମିଳିଅଛି ।

ପ୍ରଧାନ ପାଠ୍ୟାଂଶ -୧୦

[ଓଡିଆ କାବ୍ୟ କବିତା-ପ୍ରାଚୀନରୁ ଆଧୁନିକ]

  • ଲକ୍ଷ୍ୟ : କେଉଁ ଆଦିମ କାଳରୁ ମଣିଷର ପ୍ରବୃତ୍ତି ସହ ସାହିତ୍ୟର ଗତି ନିରନ୍ତର ନଦୀ ଧାରା ତୁଲ୍ୟ ପ୍ରବାହିତ ହୋଇଆସୁଅଛି । ଯାହା ଆଧୁନିକତାର ରୂପ ଚର୍ଯ୍ୟା ଗ୍ରହଣ କରିଅଛି । ସରଳା ସାହିତ୍ୟଠାରୁ ଆରମ୍ଭକରି ଆଧୁନିକ ସାହିତ୍ୟ ପର୍ଯ୍ୟନ୍ତ ସୃଷ୍ଟି ଘଟିଥିବା ଓଡିଆ ସାହିତ୍ୟ ସମ୍ଭାରକୁ ଛାତ୍ରଛାତ୍ରୀଙ୍କ ଠାରେ ଅବଗତ କରାଇବା ।
  • ଉଦ୍ଦେଶ୍ୟ : ମହାଭାରତ,ଲକ୍ଷ୍ମୀପୁରଣ , ଆଦି ପ୍ରାଚୀନ ସାହିତ୍ୟ ତଥା ଶବବାହକରମାନ ପବନ,ପାନ୍ଥଶାଳା ଭଳି ଆଧୁନିକ କବିତା ସମୂହରେ ଥିବା ମାନବିକ ମୂଲ୍ୟବୋଧ,ଆଧ୍ୟାତ୍ମିକତା ଚିନ୍ତା ଓ ଚେତନା ଛାତ୍ରଛାତ୍ରୀମାନଙ୍କ ମାନସ ପଟରେ ଉଦ୍ରେକ କରିବା ହେଉଛି ଉକ୍ତ ପାଠ୍ୟାଂଶର ମୁଖ୍ୟ ଉଦ୍ଦେଶ୍ୟ ।
  • ଶିକ୍ଷଣ ଫଳାଫଳ : ପ୍ରାଚୀନ ସାହିତ୍ୟଠାରୁ ଆରମ୍ଭ କରି ଆଧୁନିକ ସାହିତ୍ୟ ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ପାଠ୍ୟାଂଶ ଅନ୍ତର୍ଗତ ସମସ୍ତ ରଚନା ଛାତ୍ରଛାତ୍ରୀମାନେ ମନ ଯୋଗ ସହକାରେ ଅଧ୍ୟୟନ କରିବା ସହ ସେ ସମସ୍ତ ରଚନା ସମୂହରେ ନିହିତ ଥିବା ଚିନ୍ତା,ଚେତନା ଓ ଭାଷା ଭିତିକ ପ୍ରଭାବ ଦୃଷ୍ଟି ଗୋଚର ହୁଏ ।

ପ୍ରଧାନ ପାଠ୍ୟାଂଶ -୧୧

[ଓଡିଆ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ]

  • ଲକ୍ଷ୍ୟ : ଆଧୁନିକ ସାହିତ୍ୟର ଆଧୁନିକତମ ସୃଷ୍ଟି ଭାବରେ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ହେଉଛି ଏକ ଜନପ୍ରିଯ ଶିଳ୍ପକଳା, ଏକ ବୈଚିତ୍ର୍ୟପୂର୍ଣ୍ଣ ସୃଷ୍ଟି କରିବ। ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ଏଥିରେ ନିହିତ ରହିଛି ମାନବର ଚିରନ୍ତନ ବାସ୍ତବତା । ଉକ୍ତ ପାଠ୍ୟାଂଶ ମଧ୍ୟରେ ମଣିଷର ସୁଖ-ଦୁଃଖ,ହସ-କାଳର ସନ୍ଧାନ କରାଇବା ହେଉଛି ଉକ୍ତ ପାଠ୍ୟାଂଶର ଲକ୍ଷ୍ୟ ଅଟେ ।
  • ଉଦ୍ଦେଶ୍ୟ : ଜୀବନ ଓ ଜଗତର ବିବିଧ ରୂପକୁ ପ୍ରକାଶ କରିବା ଜୀବନର ଆମୂଳ ଊଦଘାଟନ କରିବା ଓ ଜୀବନର ବ୍ୟାଖ୍ୟା କରିବା । ବ୍ୟକ୍ତିତ୍ବର ନିର୍ମାଣ କରାଇବା ।
  • ଶିକ୍ଷଣ ଫଳାଫଳ : ରେବତୀ ,ଶିକାର,ବାଘର ବିଳାପ ଆଦି ଗଳ୍ପ ଓ ଛ ‘ମାଣ ଆଠଗୁଣ୍ଠ ମାଟିର ମଣିଷ ଭଳି ଉପନ୍ୟାସରେ ନିହିତ ମାନବବାଦୀ ତଥା ସାମୁହିକ ଚେତନାର ପ୍ରତିଫଳନ ଦେଖିବାକୁ ମିଳେ ।

ପ୍ରଧାନ ପାଠ୍ୟାଂଶ -୧୨

[ଓଡିଆ ନାଟକ ଓ ଏକାଙ୍କିକା]

  • ଲକ୍ଷ୍ୟ : ନାଟକ ଓ ଏକାଙ୍କିକା ଏକ ଅଭିନୟ କଳା ।ଏହା ସାହିତ୍ୟର ଏକ ମୋନାରଥ କୃତି । ଜୀବନର ଯାବତୀୟ ସଂଘର୍ଷ ଓ ସାଙ୍ଘାତ ରୂପପାଏ ନାଟକରୁ । ମଣିଷର ସୁଖ ଦୁଃଖ,ହସ କାନ୍ଦ,ଆନନ୍ଦ ବିଷାଦର ନିଛକ ରୂପକୁ ଛାତ୍ରଛାତ୍ରୀ ମାନଙ୍କୁ ହୃଦୟଙ୍ଗମ କରାଇବା ଏହି ପାଠ୍ୟାଂଶର ଲକ୍ଷ୍ୟ ଅଟେ ।
  • ଉଦ୍ଦେଶ୍ୟ : ଜଗତର ସମସ୍ତଜ୍ଞାନ,ବିଦ୍ୟାଳୟ,ଶିଳ୍ପକର୍ମ,କଳା ଓ ଯୋଗ ଆଦି ନାଟକରୁ ହିଁ ପ୍ରାପ୍ତ ହୁଏ । ଏହା ସହିତ ଛାତ୍ରଛାତ୍ରୀମାନଙ୍କ ଜୀବନରେ ନାଟକ ଓ ଏକଙ୍କିକା ମାଧ୍ୟମରେ ସାମାଜିକ,ରାଜନୈତିକ ,ଅର୍ଥନୈତିକ,ଦର୍ଶନର ପ୍ରଭାବ ପକାଇବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ ।
  • ଶିକ୍ଷଣ ଫଳାଫଳ : ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଉକ୍ତ ପ୍ରଧାନ ପାଠ୍ୟାଂଶଟି ଅଧ୍ୟୟନ କରାଯିବା ଫଳରେ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ଉପରୋକ୍ତ ସମସ୍ତ ଦାର୍ଶନିକ ତତ୍ତ୍ଵର ପ୍ରଭାବ ପରିଲିକ୍ଷିତ ହୋଇଅଛି ।

ପ୍ରଧାନ ପାଠ୍ୟାଂଶ -୧୩

[ଓଡିଆ ଜୀବନୀ,ଆତ୍ମ ଜୀବନୀ,ଭ୍ରମଣ କାହାଣୀ ଓ ଅନୁବାଦ]

  • ଲକ୍ଷ୍ୟ : ସାମାଜିକ,ରାଜନୈତିକ,ଦାର୍ଶନିକ,ବୈଜ୍ଞାନିକ ଓ ସାହିତ୍ୟିକ ପ୍ରଭୁତି ବିଭିନ୍ନ କ୍ଷେତ୍ରରେ ମହାନ ଅବଦାନ ଦେଇ ପ୍ରତିଷ୍ଠା ଓ ପ୍ରସିଦ୍ଧି ଅର୍ଜନ ବ୍ୟକ୍ତି ମାନଙ୍କର ପାରିକସ୍ଥିତି,ଜୀବନର ଘାତ ପ୍ରତିଘାତ, ବାଲ୍ୟ ଯୌବନ ତଥା ଶିକ୍ଷା ଦୀକ୍ଷା ପ୍ରଭୁତି ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କର ଜାଣିବାର ଇଚ୍ଛାକୁ ସଫଳ ରୂପାଯନ କରିବା ଏହାର ଲକ୍ଷ୍ୟ ଅଟେ ।
  • ଉଦ୍ଦେଶ୍ୟ : ସାଧାରଣତଃ କୌଣସି ବିଶିଷ୍ଠ ସମାଜ ସେବକ,ରାଜନୈତିକ,ବୀର,କଳାକାର,ବୈଜ୍ଞାନିକ,ଦାର୍ଶନିକ ଓ ଭ୍ରମଣକାରଙ୍କ ଜୀବନର ନାନାବିଧ କାର୍ଯ୍ୟକାଳାପ ଓ ଭ୍ରମଣ ବୃତ୍ତାନ୍ତକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ଓ ତା’ର ପ୍ରଭାବ ପକାଇବା ହେଉଛି ଉକ୍ତ ପାଠ୍ୟାଂଶର ମୁଖ୍ୟ ଉଦ୍ଦେଶ୍ୟ ।
  • ଶିକ୍ଷଣ ଫଳାଫଳ : ଉକ୍ତ ପ୍ରଧାନ ପାଠ୍ୟାଂଶକୁ ପଠନ କରିବାପରେ ଛାତ୍ରଛାତ୍ରୀ ମାନଙ୍କ ଜୀବନରେ ବେଶ ପରିବର୍ତ୍ତନ ଦୃଷ୍ଟିଗୋଚର ହୋଇଛି । ସେମାନେ “ମହାଜନଗତଃ ସ ପନ୍ଥା ” ନୀତିକୁ ଅନୁସରଣ କରି ଜୀବନ ଚର୍ଯ୍ୟା ବିତାଇବା ପାଇଁ ବଦ୍ଧ ପରିକର ହୋଇଛନ୍ତି ।

ପ୍ରଧାନ ପାଠ୍ୟାଂଶ -୧୪

[ସାହିତ୍ୟର ଗଠନ ରୀତି]

  • ଲକ୍ଷ୍ୟ : ପ୍ରବନ୍ଧ ଓ ସୋମାଲୋଚନା ସାଂପ୍ରତିକ ଗଦ୍ୟର ବଳିଷ୍ଠ ବିଭାଗ, ଏକ ବୌଦ୍ଧିକ ବିସ୍ଫୋରଣ । ପ୍ରବନ୍ଧ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ଠାରେ ଜ୍ଞାନ-ବିଜ୍ଞାନ,ଚିନ୍ତା-ଚେତନା,କ୍ରିୟା,ପ୍ରତିକ୍ରିୟାର ବଳିଷ୍ଠ ପରି ପ୍ରକାଶ କରିବା ।
  • ଉଦ୍ଦେଶ୍ୟ : ପ୍ରବନ୍ଧ ସମାଲୋଚନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ଭାବାବେଗକୁ ଯୁକ୍ତି ଯୁକ୍ତ ଓ ନିର୍ଦ୍ଧିଷ୍ଠ ପରିସର ମଧ୍ୟରେ ପ୍ରକାଶ କରିବା ହେଉଛି ଉକ୍ତ ପ୍ରଧାନ ପାଠ୍ୟାଂଶର ଉଦ୍ଦେଶ୍ୟ ।
  • ଶିକ୍ଷଣ ଫଳାଫଳ : ଛାତ୍ରଛାତ୍ରୀମାନେ ଏହା ପଠନ କରିବା ଫଳରେ ସେମାନଙ୍କର ବୌଦ୍ଧିକ ତଥା ସୂକ୍ଷ୍ମ ଚିନ୍ତନର ପରିପ୍ରକାଶ ଘଟିଥିବା ଲକ୍ଷ୍ୟ ହୋଇଅଛି । ଜାତୀୟ ଜୀବନ,ଯୌବନ,ବିଶ୍ଵଭାତୃତ୍ଵ ,ଜନ୍ମଭୂମି ଆଦି ପ୍ରବନ୍ଧ ବ୍ୟତୀତ କାଳିଦାସ ଓ ତପସ୍ଵିନୀ,ରାଧାନାଥ,ଓ ନୀଳକଣ୍ଠ କାବ୍ୟ-ଭାବନା ଆଦି ସମାଲୋଚନା ସାହିତ୍ୟ ଛାତ୍ରଛାତ୍ରୀ ମାନଙ୍କ ବୌଦ୍ଧିକ ବିକାଶରେ ବେଶ ସହାୟକ ହୋଇଥିବା ସୂଚନା ମିଳେ ।

Go to Top